ନୂଆଦିଲ୍ଲୀ, ୩/୧୦: ଭାରତୀୟ ବାୟୁସେନା (IAF) ମୁଖ୍ୟ ଏପି ସିଂହ ଶୁକ୍ରବାର ଦିନ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ ମେ ମାସରେ ଭାରତର ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ଆମେରିକା ନିର୍ମିତ F-16 ଏବଂ ଚୀନ୍ ଜେଏଫ-17 ସମେତ ପାଞ୍ଚଟି ପାକିସ୍ତାନୀ ଲଢ଼ୁଆ ବିମାନକୁ ନଷ୍ଟ କରିଥିଲେ।
୯୩ତମ ବାୟୁସେନା ଦିବସ ପାଳନରେ ଭାଷଣ ଦେଇ ଭାରତୀୟ ବାୟୁସେନା ମୁଖ୍ୟ ଭାରତୀୟ ବିମାନ ନଷ୍ଟ ହେବା ସମ୍ପର୍କରେ ଦାବିକୁ ମଧ୍ୟ ଖଣ୍ଡନ କରି ଏହାକୁ ନିଜ ନାଗରିକମାନଙ୍କୁ ଭ୍ରମିତ କରିବା ପାଇଁ ପାକିସ୍ତାନୀ ସେନାର ପ୍ରଚାର ବୋଲି କହିଥିଲେ।