ଦିନିକିଆ ସିରିଜରେ ଶୁଭମନ ଗିଲ ଅଧିନାୟକ

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁଭମନ ନେବେ ନେତୃତ୍ବ

ODI ଏବଂ T20 ଅନ୍ତର୍ଜାତୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ, ୪/୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶେଷ ହେବା ପରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ବାହାରିବ, ଯେଉଁଠାରେ ସେମାନେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ଖେଳିବେ। ଏହି ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି, ଶୁଭମନ ଗିଲଙ୍କୁ ଦିନିକିଆ ସିରିଜ୍ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଭାରତୀୟ ଦଳ ଅକ୍ଟୋବର ୧୯ ତାରିଖରେ ପ୍ରଥମ ଦିନିକିଆ ଖେଳିବ।

ଅଷ୍ଟ୍ରେଲିଆ ବିପକ୍ଷରେ ODI ଏବଂ T20 ଅନ୍ତର୍ଜାତୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ODI ଫର୍ମାଟର ଅଧିନାୟକ ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି। ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମଧ୍ୟ ଆଗାମୀ ସିରିଜ ପାଇଁ ଚୟନ କରାଯାଇଛି। ଉଭୟ ଖେଳାଳି ବ୍ୟାଟସମ୍ୟାନ ଭାବରେ ଅଂଶଗ୍ରହଣ କରିବେ। KL ରାହୁଲଙ୍କୁ ପ୍ରାଥମିକ ୱିକେଟକିପର ଭାବରେ ନିଯୁକ୍ତ କରାଯାଇଛି, ଯେତେବେଳେ ଧ୍ରୁବ ଜୁରେଲଙ୍କୁ ବ୍ୟାକଅପ୍ ୱିକେଟକିପର ଭାବରେ ସାମିଲ କରାଯାଇଛି।

T20I ରେ ଅଷ୍ଟ୍ରେଲିଆ ଗସ୍ତରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ ଏବଂ ଶୁଭମନ ଗିଲ ଉପ-ଅଧିନାୟକ ରହିବେ। ସଞ୍ଜୁ ସାମସନଙ୍କୁ ପ୍ରାଥମିକ ୱିକେଟକିପର ଏବଂ ଜିତେଶ ଶର୍ମାଙ୍କୁ ବ୍ୟାକଅପ୍ ୱିକେଟକିପର ଭାବରେ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ODI ଦଳ:-

ଶୁଭମାନ ଗିଲ (ଅଧିନାୟକ), ଶ୍ରେୟାସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ରୋହିତ ଶର୍ମା, ବିରାଟ କୋହଲି,  ଅକ୍ଷର ପଟେଲ, , ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ଯଶସ୍ଵୀ ଜୈସୱାଲ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟି -20 ଦଳ:-

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), କୁଲଦୀପ ଯାଦବ (ୱିକେଟ୍ କିପର), ଅଭିଷେକ ଶର୍ମା, ତିଲକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, , ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅକ୍ଷୟଦୀପ ସିଂ, ରିଙ୍କୁ ସିଂ, ଏବଂ ୱାଶିଂଟନ୍ ସୁନ୍ଦର।