ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ; ୧୯ ମୃତ ୨୮ ଆହତ

କାବୁଲ: ଯେବେଠାରୁ ଆଫଗାନିସ୍ତାନ ତାଲିବାନ କବ୍‌ଜାରେ ଆସିଲାଣି ସେବେଠାରୁ ଦେଶ ସବୁବେଳେ ଅଶାନ୍ତ ରହୁଛି। କେଉଁଠି ବନ୍ଧୁକ ମାଡ଼ ତ ଆଉ କେଉଁଠି ବୋମା ମାଡ଼ରେ ଥରୁଛି ଆଫଗାନିସ୍ତାନ। ବାରୁଦ ଧୂଆଁରେ ଆକ୍ତାମାକ୍ତା କାବୁଲ ଲୋକେ। ଶୁକ୍ରବାର ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି।

ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ପ୍ରବକ୍ତା ଖାଲିଦ ଜଦ୍ରାନ କହିଛନ୍ତି “ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରାଣଘାତି ବିସ୍ଫୋରଣକାରୀ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା। ଦୁର୍ଭାଗ୍ୟବଶତଃ ଏଥିରେ ୧୯ ଜଣ ସହିଦ ହୋଇଛନ୍ତି ୨୭ ଆହତ ହୋଇଛନ୍ତି।”