ନୂଆଦିଲ୍ଲୀ, ୦୩/୧୧: ଇତିହାସ ରଚିଲା ଭାରତ। ୫୨ ବର୍ଷର ସ୍ବପ୍ନ ହେଲା ସାକାର। ପ୍ରଥମ ବିଶ୍ବକପ୍ ଜିତି ଇତିହାସ ରଚିଲା। DY ପାଟିଲ ଷ୍ଟାଡିୟମରେ ମହିଳା ODI ବିଶ୍ୱକପ୍ ୨୦୨୫ ର ଫାଇନାଲ୍ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ୫୨ ରନ୍ ରେ ଜିତିଥିଲା। ଏହା ସହିତ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ମହିଳା ODI ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା ଏବଂ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା। ଜବାବରେ, ଆଫ୍ରିକା ଦଳ ଏହି ମ୍ୟାଚ୍ ରେ ୨୪୬ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚ୍ ରେ ଭାରତ ପାଇଁ ଶଫାଲି ବର୍ମା ଏବଂ ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ।
ଶଫାଲି ଭର୍ମା ଏବଂ ଦୀପ୍ତି ଶର୍ମା ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିଲେ ଭାରତ ଶଫାଲି ବର୍ମା ଏବଂ ସ୍ମୃତି ମନ୍ଧାନା। ସେମାନେ ୧୦୪ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ସ୍ମୃତି ୫୮ ବଲରୁ ୪୫ ରନ କରିଥିଲେ। ଏହି ମ୍ୟାଚରେ ଶେଫାଲି ବର୍ମା ୭୮ ବଲରୁ ୭ ଚୌକା ଏବଂ ଦୁଇଟି ଛକା ମାରି ୮୭ ରନ କରିଥିଲେ। ସେମିଫାଇନାଲ ମ୍ୟାଚରେ ଶତକ ହାସଲ କରିଥିବା ଜେମିମା ୩୭ ବଲରୁ କେବଳ ୨୪ ରନ କରିପାରିଥିଲେ। ଅଧିନାୟିକା ହରମନପ୍ରୀତ କୌର ୨୯ ବଲରୁ ୨୦ ରନ କରିବା ପରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଅମନଜୋତ ୧୪ ବଲରୁ ୧୨ ରନ କରିଥିଲେ। ରିଚା ଘୋଷ ୩୪ ରନ କରିଥିଲେ। ଦୀପ୍ତି ଶର୍ମା ୫୮ ରନ କରି ରନ ଆଉଟ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଇବୋଙ୍ଗା ଖାକା ତିନୋଟି ୱିକେଟ ନେଇଥିଲେ।
ଦକ୍ଷିଣ ଆଫ୍ରିକାର ଅଧିନାୟିକା ଲୌରା ୱଲଭାର୍ଡଙ୍କ ଶତକ ବ୍ୟର୍ଥ ଗଲା।
ଟାର୍ଗେଟ ପିଛା କରି ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲା। ତାଜମିନ୍ ବ୍ରିଟ୍ସ ଏବଂ ଲୌରା ୱୋଲଭାର୍ଡ ପ୍ରଥମ ୱିକେଟ ପାଇଁ ୫୧ ରନର ପାର୍ଟନରସିପ୍ କରିଥିଲେ। ବ୍ରିଟ୍ସ ୩୫ ବଲରୁ ୨୩ ରନ କରି ଆଉଟ ହୋଇଥିଲେ। ୩ ନମ୍ବରରେ ବ୍ୟାଟିଂ କରୁଥିବା ଆନେକେ ବୋଶ ତାଙ୍କର ଖାତା ଖୋଲିପାରି ନଥିଲେ। ତାଙ୍କ ପରେ ସୁନେ ଲୁସ୍ ୩୫ ଏବଂ ସିନାଲୋ ଜାଫା ୧୬ ରନ କରିଥିଲେ। ଦକ୍ଷିଣ ଆଫ୍ରିକାର ଅନ୍ୟ ବ୍ୟାଟର୍ସ ମାନେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରି ନ ଥିଲେ। କିନ୍ତୁ ଅଧିନାୟିକା ଲୌରା ୱୋଲଭାର୍ଡ ଚମତ୍କାର ଶତକ ହାସଲ କରିଥିଲେ। ସେ ୯୮ ବଲରୁ ୧୧ ଚୌକା ଏବଂ ଗୋଟିଏ ଛକା ମାରି ୧୦୧ ରନ କରି ଆଉଟ ହୋଇଥିଲେ। ଅମନଜୋତ କୌର ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ବୋଲିଂରେ, ଦୀପ୍ତି ଶର୍ମା ଭାରତ ପାଇଁ ସର୍ବାଧିକ ୫ ୱିକେଟ ନେଇଥିଲେ।
ଏହି ମ୍ୟାଚରେ ଶେଫାଳି ଫାଇନାଲର ଏବଂ ଦୀପ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତର ଏହି ବିଜୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।