ଅହମଦାବାଦ: ସୂର୍ଯ୍ୟ ମନ୍ଦିର ପାଇଁ ପରିଚିତ ଗୁଜରାଟର ମୋଢେରା ଏବେ ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ହେବାକୁ ଯାଉଛି । ଦିନର ୨୪ ଘଣ୍ଟା ଏବଂ ସପ୍ତାହର ୭ ଦିନ ସୌର ଉର୍ଜାରେ ପାରିଚାଳିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ଆଜି ସଂଧ୍ୟା ୫ଟା ୩୦ରେ ମୋଢେରାକୁ ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ଘୋଷଣା କରିବେ ।
ଭାରତ ସରକାର ଏବଂ ଗୁଜରାଟ ସରକାର ମେହସାଣାର ସୁଜାନପୁରାରେ ବ୍ୟାଟେରୀ ଏନେର୍ଜୀ ଷ୍ଟୋରେଜ୍ ସିଷ୍ଟମ ସହ ଏକକୃତ ସୌର ଉର୍ଜା ପରିଯୋଜନା କରିଛନ୍ତି । ଏହା ସୂର୍ଯ୍ୟ ମନ୍ଦିର ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛି । ଏହା ମାଧ୍ୟମରେ ମୋଢେରାକୁ ୨୪ ଘଣ୍ଟା ଉର୍ଜା ଆଧାରିତ ବିଜୁଳି ପ୍ରଦାନ କରିବା ପାଇଁ ସୋଲାରାଇଜେସନ ଅଫ୍ ମୋଢେରା ସନ ଟେମ୍ପଲ ଆଣ୍ଡ ଟାଉନ ଯୋଜନାର ଆରମ୍ଭ କରିଥିଲେ ।
ଗୁଜରାଟ ସରକାର ଏହି ପରିଯୋଜନା ପାଇଁ ୧୨ ହେକ୍ଟର ଜମି ଆବଣ୍ଟିତ କରିଛନ୍ତି । ଏହି ପରିଯୋଜନା ପାଇଁ ଭାରତ ସରକାର ଏବଂ ଗୁଜରାଟ ସରକାର ଦୁଇଟି ପର୍ଯ୍ୟାୟରେ ୫୦:୫୦ ଆଧାରରେ ମିଳିତ ରୂପେ ୮୦.୬୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।