୪ କର୍ପୋରେଟର ନିଖୋଜ

ଯୋଗାଯୋଗ ବିଚ୍ଛିନ୍ନ, ପୋଷ୍ଟର ଲଗାଇ ତଦନ୍ତ ଆରମ୍ଭ

ମୁମ୍ବାଇ, ୨୭/୦୧: ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT)ର ଚାରି ଜଣ ନବନିର୍ବାଚିତ କର୍ପୋରେଟର କଲ୍ୟାଣ-ଡୋମ୍ବିବାଲି ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ହଠାତ୍ ନିଖୋଜ ହୋଇ ଯାଇଛନ୍ତି ୪ କର୍ପୋରେଟର। ଏହି ଘଟଣା ଦଳ ଏବଂ ସମର୍ଥକଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ଏକ ରାଜନୈତିକ ଘଟଣା ଭାବରେ ଦେଖାଯାଉଛି।

ସୂଚନାଯୋଗ୍ୟ, ଜାନୁଆରୀ ୧୬ ତାରିଖରୁ କର୍ପୋରେଟରମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କର୍ପୋରେଟରମାନେ ନିଖୋଜ ହେବା ପରେ ତୁରନ୍ତ, ସେମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ହୋଇ କୋଲସେୱାଡି ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଛି। ପୋଲିସ ଅଧିକାରୀମାନେ ଘଟଣାର ଗମ୍ଭୀରତାକୁ ଦେଖି ଏହାକୁ ପ୍ରାଥମିକତା ଦେଇ ଏବଂ ତୁରନ୍ତ ତଦନ୍ତ ଆରମ୍ଭ କରିଛନ୍ତି।

କର୍ପୋରେଟର‌ମାନଙ୍କ ଶେଷ ଲୋକେସନ ନିର୍ଣ୍ଣୟ କରିବା ପାଇଁ ପୋଲିସ ଟିମ୍ ଗୁଡ଼ିକ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି। ସେମାନଙ୍କର କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ମଧ୍ୟ ଭଲ ଭାବରେ ଯାଞ୍ଚ କରାଯାଉଛି। ପୋଲିସ କହିଛି ଯେ ସମସ୍ତ ସମ୍ଭାବ୍ୟ ସ୍ଥାନରେ ତଲାସି ଚାଲିଛି। ନିଖୋଜ କର୍ପୋରେଟଙ୍କ ଫଟୋ ଥିବା ପୋଷ୍ଟର ଲଗାଇ ତଦନ୍ତ ଚାଲିଛି।

ଏହି ଘଟଣା ଅଞ୍ଚଳରେ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି। ସ୍ଥାନୀୟ ଶିବସେନା (UBT) ନେତା ଏବଂ କର୍ମୀମାନେ ଏହି ଘଟଣା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ପୋଲିସର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଯେକୌଣସି ଅପ୍ରୀତିକର ଘଟଣା ପୂର୍ବରୁ ସେମାନଙ୍କୁ ଶୀଘ୍ର ସୁରକ୍ଷିତ ଭାବରେ ଠାବ କରିବା।

ପୋଲିସ ବର୍ତ୍ତମାନ ପ୍ରତ୍ୟେକ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛି। ଘଟଣା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।