ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କ ସହ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସାକ୍ଷାତ

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

ବରଗଡ,୧୪/୦୨: ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କ ଡାକରା ପାଇ ତାଙ୍କୁ ବିଜେପିର କେନ୍ଦ୍ର କାର୍ଯ୍ଯାଳୟରେ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ନିତିନ ଜୀ ଓଡ଼ିଶା ବିଜେପି ସଂଗଠନ, ଆଗାମୀ ଦିନ କାର୍ଯ୍ଯକ୍ରମ ବିଭିନ୍ନ ବିଷୟରେ ସାଂସଦ ଶ୍ରୀ ପୁରୋହିତଙ୍କ ଠାରୁ ପଚାରି ବୁଝିଥିଲେ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି ସରକାର ଓ ଶାସନ ଯେଭଲି ଅପ୍ରତିଦ୍ବନ୍ଦି ଭାବେ ଛିଡା ହେବ ସେ ଦିଗରେ ଓଡ଼ିଶାର ସମସ୍ତ ସାଂସଦ,ବିଧାୟକ,ସରକାର ଓ ସଂଗଠନ ମିଳିତ ଭାବେ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବା ଉଚିତ ବୋଲି ରାଷ୍ଟ୍ରିୟ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଏ ଅବସରରେ ସାଂସଦ ଶ୍ରୀ ପ୍ରଦୀପ ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କୁ ନୃସିଂହନାଥ ମନ୍ଦିର ର ମହାପ୍ରଭୁଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ । କଂଗ୍ରେସ ଦଳର ସରକାର ସମୟରେ ୧୯୮୩ ମସିହାରେ ଗନ୍ଧମାର୍ଦ୍ଦନ ପର୍ବତରୁ ବକସାଇଟ ଉତ୍ତୋଳନ ପାଇଁ ବାଳକୋ କୁ ୪୭ ବର୍ଷର ଖଣି ପଟ୍ଟା ଦିଆଯାଇଥିଲା ଓ ଏକ ଐତିହାସିକ ଜନ ଆନ୍ଦୋଳନ ଯୋଗୁଁ ଗନ୍ଧମାର୍ଦ୍ଦନ ପର୍ବତରେ ସରକାର ଖଣି ଖୋଳିବାର କିଭଲି ବିଫଳ ହେଲେ ସେ ଐତିହାସିକ ଦୃଷ୍ଟି ଭୂମି ଉପରେ ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କୁ ସାଂସଦ ଶ୍ରୀ ପୁରୋହିତ ଅବଗତ କରାଇଥିଲେ ।