ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ଟପ୍ ମାଓ ନେତା ଶୁକ୍ରୁକୁ ଖୋଜୁଛି ପୋଲିସ: ଏଡିଜି
ଭୁବନେଶ୍ୱର, ୨୩/୦୨: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି। ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ସକ୍ରିୟ ଅଛନ୍ତି। କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ମାଓବାଦୀ ସମସ୍ୟା ଜନିତ ସ୍ଥିତିରେ କ୍ରମାଗତ ଉନ୍ନତି ହୋଇଛି। SRE ଯୋଜନା ଅନୁଯାୟୀ କନ୍ଧମାଳକୁ OLAD ବର୍ଗରେ ରଖାଯାଇଛି। ଅନ୍ୟ ୮ଟି ଜିଲ୍ଲାକୁ Legacy & Thrust ବର୍ଗରେ ରଖାଯାଇଛି। ୫ ବର୍ଷରେ ୪୮ ମାଓବାଦୀ ନିହତ, ୭୮ ମାଓବାଦୀ ଗିରଫ ହୋଇଛନ୍ତି। ୮୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୨୦୨୫ ମସିହାରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟରେ ସୂଚନା ଦେଇଛନ୍ତି ଯେ, କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି। ରାଇକିଆ, ଦାରିଙ୍ଗବାଡ଼ି, କୋଟପାଡ଼ ଅଞ୍ଚଳରେ ସକ୍ରିୟ ଅଛନ୍ତି। ସେମାନଙ୍କ ନେତୃତ୍ୱ ନେଉଛନ୍ତି ମାଓ ନେତା ଶୁକ୍ରୁ। ମାଓ ନେତା ଶୁକ୍ରୁକୁ ଖୋଜୁଛି କନ୍ଧମାଳ ପୋଲିସ। ହିଂସାର ପଥ ଛାଡ଼ି ଆତ୍ମସମର୍ପଣ ପାଇଁ ଆହ୍ବାନ କରୁଛୁ। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଗୃହ ମନ୍ତ୍ରୀଙ୍କ ଡେଡ୍ଲାଇନ ପାଳନ କରିବୁ। ଆତ୍ମସମର୍ପଣ କଲେ ସରକାର ସବୁ ସୁବିଧା ଯୋଗାଇ ଦେବେ। ନନ୍ଦାବାଲି ସଂରକ୍ଷିତ ଜଙ୍ଗଲ ଅପରେସନରେ ୨ ମାଓବାଦୀ ମୃତ। ଅପରେସନ୍ରେ ଡେପୁଟି କମାଣ୍ଡର ଜାଗେଶ ଓ ପାର୍ଟି ସଦସ୍ୟ ରତ୍ନା ମୃତ। ଜାଗେଶକୁ ଧରାଇ ଦେବାକୁ ୨୨ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା। ରତ୍ନା ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କାର ପୁରସ୍କାର ଥିଲା।