ଥିରୁଅନନ୍ତପୁରମ, ୨୪/୦୨: ବଦଳିଲା ‘କେରଳ’ ରାଜ୍ୟର ନାଁ। ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ କେରଳର ନାମ ପରିବର୍ତ୍ତନ କରି “କେରଳମ୍” କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏପ୍ରିଲରୁ ମେ ମଧ୍ୟରେ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋହର ଲାଗିଛି। ଏ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି।
ଉଲ୍ଲେଖନୀୟ ଯେ ୨୪ ଜୁନ୍, ୨୦୨୪ରେ କେରଳ ବିଧାନସଭା ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ କରି କେନ୍ଦ୍ର ସରକାରଙ୍କୁ ଆନୁଷ୍ଠାନିକ ଭାବରେ କେରଳର ନାମକୁ କେରଳମରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା।