ବିଧାନସଭା ସ୍ଵତନ୍ତ୍ର ସଭାଗୃହ ଠାରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ

ଗଜପତି ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଆଇସିୟୁ ପ୍ରତିଷ୍ଠା ପାଇଁ ଦାବି ରଖିଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, ୨୪/୦୨: ଗଜପତି ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଆଇସିୟୁ ପ୍ରତିଷ୍ଠା ପାଇଁ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଦାବି ରଖିଲେ ପାରଳା ବିଧାୟକ।‌ ଆଜି ଭୁବନେଶ୍ଵର ବିଧାନସଭା ସ୍ଵତନ୍ତ୍ର ସଭାଗୃହ ଠାରେ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ବିଭୂତି ଭୂଷଣ ପ୍ରଧାନଙ୍କ ନେତୃତ୍ଵରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ କିଛି ଦିନ ତଳେ ଆଇସିୟୁ ଅଭାବରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ଗ୍ରାମର ଜଣେ ମହିଳା ମୃତ୍ୟୁ ହୋଇଥିବା ଖବର ବିଧାୟକ ରୁପେଶ ପାଣିଗ୍ରାହୀ ଶୁଣି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସିୟୁ ନିର୍ମାଣ କରିବା ପାଇଁ ଆଜି ବିଧାସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଦାବି ରଖି ଜଣାଇଛନ୍ତି ଯେ, ଜିଲ୍ଲାସ୍ତରୀୟ ଡାକ୍ତରଖାନା ପାରଳାଖେମୁଣ୍ଡି ଠାରେ ଥିଲେ ସୁଦ୍ଧା ଆଇସିୟୁ ନ ଥିବା ଯୋଗୁଁ ଜରୁରୀକାଳୀନ ଚିକିତ୍ସା ବେଳେ ବହୁ ରୋଗୀଙ୍କ ମୃତ୍ୟୁ ଘଟିଛି। ତେଣୁ ଯଥାଶୀଘ୍ର ଆଇସିୟୁ ପ୍ରତିଷ୍ଠା କରାଯାଉ ବୋଲି ପାରଳା ବିଧାୟକ ଷ୍ଟାଣ୍ଡି କମିଟି ଠାରେ ଦାବି ଉପସ୍ଥାପନା କରିଛନ୍ତି।