ଭୁବନେଶ୍ୱର, ୨୮/୦୨: ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ବୃଦ୍ଧି ହେବା ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଶୁକ୍ରବାର ଝାରସୁଗୁଡାରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ ୩ ଡିଗ୍ରୀ ଅଧିକ, ଅନ୍ୟ ଛଅଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ଥିବା ସୂଚନା ମିଳିଛି। ସମ୍ବଲପୁରରେ ପାରଦ ୩୫.୨ ଡିଗ୍ରୀ, ହୀରାକୁଦରେ ୩୫.୬ ଡିଗ୍ରୀ, ଟିଟଲାଗଡ଼ରେ ୩୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ, ଭଦ୍ରକରେ ୩୫ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୪.୪ ଡିଗ୍ରୀ ସେଲସିୟସ୍ ରହିଥିଲା।
ରାଜ୍ୟର ପାଗ ଶୁଖିଲା ରହିବ ଏବଂ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆଗାମୀ ଦୁଇ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ରାତି ତାପମାତ୍ରା ମଧ୍ୟ ବଢିବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି।