ଆଉ କିଛି ସମୟ ପରେ ବିଜେଡ଼ିର ପ୍ରାର୍ଥୀ ଘୋଷଣା!

ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା

ଭୁବନେଶ୍ୱର, ୨୮/୦୨: ରାଜ୍ୟସଭା ନିର୍ବାଚନ ଚର୍ଚ୍ଚା ଭିତରେ ବିଜେଡ଼ି ବିଧାୟକ ମାନେ ନବୀନ ନିବାସରେ ଯାଇ ପହଞ୍ଚିଛନ୍ତି। କିଏ ହେବେ ବିଜେଡ଼ି ପ୍ରାର୍ଥୀ ତାକୁ ନେଇ ଚାଲିଛି‌ ଚର୍ଚ୍ଚା।

ଆଜି ପୁଣି ଥରେ ବିଜେଡି ବିଧାୟକ ମାନଙ୍କୁ ନବୀନ ନିବାସରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଜେଡ଼ିର ବରିଷ୍ଠ ବିଧାୟକମାନେ ନବୀନ ନିବାସରେ ଯାଇ ପହଞ୍ଚିଛନ୍ତି। ବୈଠକରେ ରାଜ୍ୟସଭା ନିର୍ବାଚନକୁ ନେଇ ହୋଇପାରେ ଆଲୋଚନା। ଆଜି ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ନେଇ ଚର୍ଚ୍ଚା ଚାଲିଛି।

ରାଜ୍ୟସଭା ଚର୍ଚ୍ଚା ଭିତରେ ନବୀନ ନିବାସରେ ଯାଇ ପହଞ୍ଚିଛନ୍ତି ଡାକ୍ତର ଦତ୍ତେଶ୍ୱର୍ ହୋତା। ପିସିସି ସଭାପତି ଭକ୍ତ ଦାସ ଡାକ୍ତର ହୋତାଙ୍କ ନା ବି ନେଇଥିଲେ। ଭକ୍ତଙ୍କ ସମ୍ଭାବ୍ୟ ପାଥୀ ତାଲିକାରେ ଥିଲା ଡାକ୍ତର ହୋତାଙ୍କ ନାଁ। ସେହିପରି ରମାକାନ୍ତ ପଣ୍ଡା ବି ନବୀନ ନିବାସରେ ପହଞ୍ଚିଛନ୍ତି। ଡ଼ ସନ୍ତୃପ୍ତ ମିଶ୍ର ମଧ୍ୟ ନବୀନ ନିବାସ ଯାଇଛନ୍ତି। ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।