ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

୨ ଜଣଙ୍କ ନାଁ ଘୋଷଣା କଲେ ନବୀନ

ଭୁବନେଶ୍ୱର, ୨୮/୦୨: ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା। ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ରାଜ୍ୟସଭା ପାଇଁ ଦୁଇଟି ପ୍ରାର୍ଥୀ ଦେଇଛି। ବିଜେଡ଼ିର ବରିଷ୍ଠ ନେତା ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ବର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ନବୀନ ପ୍ରାର୍ଥୀ ଘୋଷଣା କରିବା ସହିତ ଦତ୍ତେଶ୍ବରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସନ୍ତୃପ୍ତ ମିଶ୍ର ଗତ ନିର୍ବାଚନରେ କଟକରୁ ଲୋକସଭା ଆସନ ପାଇଁ ନିର୍ବାଚନ ଲଢିଥିଲେ। ସେହିପରି ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ଜଣେ ବିଶିଷ୍ଟ ୟୁରୋଲୋଜିଷ୍ଟ। ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। SCB ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଏବଂ SCB ମେଡିକାଲ୍ କଲେଜର ଅଧ୍ୟକ୍ଷ ଥିଲେ ଦତ୍ତେଶ୍ୱର। ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ।