ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇସ୍ରାଏଲ ଉପରେ ତିନି ପଟୁ ଆକ୍ରମଣ

ଇରାନ ସହ ଯୁଦ୍ଧରେ ସାମିଲ ହେଲେ ଆଉ ୨ ଦେଶ

ଇରାନ ସେନାର ଟପ୍ କମାଣ୍ଡର ଆମୀର ହାତମୀ ନିହତ

ଜେରୁଜେଲମ, ୨୮/୦୨: ଇସ୍ରାଏଲ ଇରାନ ଉପରେ ଆକ୍ରମଣ ପରେ ଇସ୍ରାଏଲ ଉପରେ ଆଟାକ୍ କରିଛନ୍ତି ଆହୁରି ୨ ଦେଶ। ହାଉତି ଶାସନାଧୀନ ୟେମେନ ଓ ହିଜବୋଲ୍ଲା ସମର୍ଥିତ ଲେବାନନ ମଧ୍ୟ ମିଳିତ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି। ଇରାନ ଇସ୍ରାଏଲ ଉପରେ ୪୦୦ ମିଜାଇଲ ମାଡ଼ କରିଛି।

ଇରାନ ବାହାରିନରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ସମୟରେ, ଆମେରିକା କାତାରରେ ଥିବା ଏହାର ସାମରିକ ଘାଟିକୁ ଖାଲି କରିଦେଇଛି। ସେପଟେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ପରେ, କତାରରେ ଥିବା ଏକ ଆମେରିକୀୟ ଘାଟିକୁ ଖାଲି କରାଯାଇଥିଲା, ପ୍ରାୟ ୧ ହଜାର ସୁରକ୍ଷା କର୍ମୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନର ଚାବାହାର ବନ୍ଦରକୁ ମଧ୍ୟ ଟାର୍ଗେଟ କରିଛନ୍ତି, ଯେଉଁ ବନ୍ଦର ପାଇଁ ଭାରତ ଏବଂ ଇରାନ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଇସ୍ରାଏଲର ଜେରୁଜେଲେମରେ ନିରନ୍ତର ବିସ୍ଫୋରଣ ଶୁଣାଯାଉଛି। ଲୋକଙ୍କ ଚିତ୍କାର ମଧ୍ୟ ଶୁଣାଯାଉଛି। ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ ଇରାନ ସେନାର ଟପ୍ କମାଣ୍ଡର ଆମୀର ହାତମୀଙ୍କ ମୃତ୍ୟୁ ହୋଇଥିବା ଇରାନୀ ମିଡ଼ିଆ ସ୍ପଷ୍ଟ କରିଛି।

ତେବେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କ ପ୍ରଥମ ବିବୃତ୍ତି ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି , ଇରାନକୁ କେବେବି ପରମାଣୁ ଶକ୍ତି ହେବାକୁ ଦିଆଯିବ ନାହିଁ। ୪୭ ବର୍ଷ ଧରି, ଆମେ ସେମାନଙ୍କୁ ଅନେକ ଲୋକଙ୍କୁ ହତ୍ୟା କରୁଥିବାର ଦେଖିଛୁ। ଆମେରିକୀୟମାନଙ୍କୁ ମଧ୍ୟ। ଅପରେସନ ମିଡନାଇଟ୍ ହାମର୍ ଆରମ୍ଭ ହୋଇଛି। ଆମେ ଇରାନରେ ଫୋର୍ଡୋ ଏବଂ ଇସଫାହାନ ଉପରେ ଆକ୍ରମଣ କରିଛୁ। ଇରାନ ଆମର ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ଇରାନ ଉପରେ ଆକ୍ରମଣ କରିବା ଶେଷ ବିକଳ୍ପ ଥିଲା। ଖାମେନି ଏବେ ଆତ୍ମସମର୍ପଣ କରିବା ଉଚିତ୍ ନଚେତ୍ ମୃତ୍ୟୁର ସମ୍ମୁଖୀନ ହେବା ଉଚିତ୍।

ସେପଟେ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପୁଟିନ କହିଛନ୍ତି, ଏ ହେଉଛି ‘ଶାନ୍ତିଦୂତ’ ଟ୍ରମ୍ପଙ୍କ ଅସଲ ରୂପ।