ବନ୍ଧୁକ ଦେଖାଇ ଖଣ୍ଡାରେ ହାଣିଲେ
ଲକ୍ଷାଧିକ ଟଙ୍କା ସହିତ ୧୫ ଭରି ସୁନା ଅଳଙ୍କାର ଧରି ଚୋର ଫେରାର
ସାଇଣ୍ଟିଫିକ ପୋଲିସର ତଦନ୍ତ ଜାରି
ଝାରସୁଗୁଡା, ୦୩/୦୩ (ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ସାହାସପୁର ଫାଣ୍ଡି ଅନ୍ତର୍ଗତ ତାଳମୁଣ୍ଡା ଗ୍ରାମରେ ସ୍ବାମୀ ସ୍ତ୍ରୀ ଦୁଇ ଜଣଙ୍କର ଗୋଡ ହାତ ବାନ୍ଧି ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ୧୫ ଭରି ସୁନା ଅଳଙ୍କାର । ସୂଚନା ଅନୁସାରେ ଗତକାଲି ସୋମବାର ତାଳମୁଣ୍ଡା ଗ୍ରାମର ପ୍ରକାଶ ନାଏକ ତାଙ୍କ ପତ୍ନୀ ଝିଲି ନାଏକ ଘରେ ସୋଇଥିବା ବେଳେ ରାତ୍ରି ପ୍ରାୟ ୧ ଘଣ୍ଟା ସମୟରେ ୫ ଜଣ ମୁଖା ପିନ୍ଧା ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶି ଥିଲେ । ଦୁଇ ଜଣକ ହାତଗୋଡ ବାନ୍ଧି ଦେଇ ଖଣ୍ଡା, ବନ୍ଧୁକ ର ଭୟ ଦେଖାଇ ଘରେ ରଖିଥିବା ପ୍ରାୟ ୭ ଲକ୍ଷ ଟଙ୍କା ସହିତ ପିନ୍ଧି ଥିବା ସୁନା ଗହଣା ଓ ଗଦ୍ରେଜ୍ ଭିତର ଥିବା ସୁନା ଗହଣା ନେଇ ଫେରାର ହୋଇଥିଲେ । ଡକାୟତଙ୍କ ଖଣ୍ଡାର ଆକ୍ରମଣରେ ପ୍ରକାଶ ନାଏକଙ୍କ ଦୁଇ କାନ୍ଧରେ କ୍ଷତ ହୋଇଥିବା ବେଳେ ଦୁହିଜଣ ଙ୍କର ମୋବାଇଲ କୁ କଚାଡି ଭାଙ୍ଗି ଦେଇଥିଲେ । ୨୦ ମିନିଟ ଘର ଭିତରେ କଳା କନା ବୁଲାଇ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଝାରସୁଗୁଡା ଏସପି, ଏସଡିପିଓ, ଲଇକେରା ଥାନା ଅଧିକାରୀ ଙ୍କ ସମେତ ସାଇଣ୍ଟଫିକ୍ ଟିମ୍ ପହଁଚି ତଦନ୍ତ ଚଳାଇଛନ୍ତୀ ।