ନାବାଳକକୁ ଗଳା କାଟି ହତ୍ୟା

ଅଖା ଭିତରୁ ମିଳିଲା ମୃତଦେହ

ମୁନିଗୁଡ଼ା, ୦୭/୦୩: ମୁନିଗୁଡ଼ାରେ ଘଟିଛି ଅଭାବନୀୟ ଘଟଣା। ବିଷମକଟକ ଚାଟିକଣା ସଦର ପଞ୍ଚାୟତ ପୁରୁଣା ଷ୍ଟେସନ ସାହିରେ ଚାଞ୍ଚଲ୍ୟକର ଘଟଣା। ଗଳା କଟା ଅବସ୍ଥାରେ ୫ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ନାବାଳକର ପୁରୁଣା ଘର ପଛ ପଟୁ ଅଖା ଭିତରୁ ମୃତଦେହ ଉଦ୍ଧାର କରାଯାଇଛି।

ସଂଧ୍ୟାରୁ ନିଖୋଜ ନାବାଳକ ଥିବା ବେଳେ ତାଙ୍କ ମାମୁଙ୍କ ପାଖକୁ ଟଙ୍କା ପାଇଁ ମେସେଜ୍ ଆସିଥିଲା। ଅଜଣା ନମ୍ବରରୁ ମେସେଜ୍ କରି ୪ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ପୋଲିସକୁ ନ ଜଣାଇବାକୁ ବି ମେସେଜ୍‌ରେ ଧମକାଇଥିଲେ ଦୁର୍ବୃତ୍ତ।

କିନ୍ତୁ ପରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସନ୍ଦେହରେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।