ଭୁବନେଶ୍ୱର, ୦୭/୦୩: ଆସନ୍ତା କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ଏଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ।
ଏଥିସହ ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା। ତେଣୁ ଯେଉଁମାନଙ୍କୁ ୨୧ ବର୍ଷ ବୟସ ହେବ ସେମାନେ ସାମିଲ୍ ହୋଇପାରିବେ, ୬୦ ଟପିଲେ ପେନସନ୍ ଲିଷ୍ଟକୁ ଯିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।