ଆନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’

ଭୁବନେଶ୍ୱର, ୦୮/୦୩: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏକ୍ସରେ ଶୁଭେଚ୍ଛା ବାର୍ତ୍ତା ରେ ଲେଖିଛନ୍ତି, ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି। ଆମ ସରକାର ମହିଳାଙ୍କ ସାମଗ୍ରିକ ବିକାଶ ଓ ସଶକ୍ତୀକରଣକୁ ପ୍ରାଥମିକତା ଦେଉଛନ୍ତି। ଆମର ମୂଳ ଲକ୍ଷ୍ୟ ହେଉଛି ନାରୀଶକ୍ତିଙ୍କୁ ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା।