ଆନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

‘ଶିକ୍ଷିତ ଏବଂ ସଶକ୍ତ ମହିଳା ପ୍ରଗତିଶୀଳ ରାଷ୍ଟ୍ରର ସ୍ତମ୍ଭ’

ନୂଆଦିଲ୍ଲୀ, ୦୮/୦୩: ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏକ୍ସରେ ରାଷ୍ଟ୍ରପତି ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଶିକ୍ଷିତ ଏବଂ ସଶକ୍ତ ମହିଳାମାନେ ଏକ ପ୍ରଗତିଶୀଳ ରାଷ୍ଟ୍ରର ସ୍ତମ୍ଭ। ନାରୀ ଶକ୍ତି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ସାହସର ସହ ନେତୃତ୍ୱ ନେଉଛନ୍ତି। ଏହା ସମୃଦ୍ଧ ସମାଜର ମୂଳଦୁଆକୁ ମଜଭୁତ୍ କରିଥାଏ। ଆସନ୍ତୁ ଏକ ସଶକ୍ତ ସମାଜ ଗଠନ ପାଇଁ ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା।