ମହାରାଷ୍ଟ୍ର ରାଜନୈତିକ ସଙ୍କଟ, ବାଲାସାହେବଙ୍କୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ: ଦିନକୁ ଦିନ ତୀବ୍ର ହେଉଛି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ । ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବଢ଼ିବାରେ ଲାଗୁଛି ବିବାଦ । ଲାଗୁଥିଲା ସ୍ଥିତି କମିବ, ପ୍ରଶମିତ ହେବ ହେଲେ ଏବେ ବାଲାସାହେବଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି। ସରକାର କାହାର ୟାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ବାଲାସାହେବ କାହାର ପର୍ଯ୍ୟନ୍ତ ପହଞ୍ଚିଯାଇଛି । ‘ଶିବସେନା ବାଲାସାହେବ’ ନାଁରେ ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକଏକ ନୂଆ ଗୋଷ୍ଠୀ ଗଠନ କରିଛନ୍ତି । ଯାହାକୁ କଡ଼ା ବିରୋଧ କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।

ବାଲାସାହେବଙ୍କ ନାଁର ଅପବ୍ୟବହାର କରାଯାଉଛି ଯାହାକି କେବେବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶିବସେନା ସୁପ୍ରିମୋ । ଏହା ସହ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ତା ସହିତ ବିଦ୍ରୋହୀ ବିଧାୟକଙ୍କ ଉପରେ ଉଦ୍ଧବ ବର୍ଷିଛନ୍ତି । କହିଛନ୍ତି ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ଶିବସେନା ଏବଂ ବିଶ୍ୱାସଘାତକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି ।

ଅନ୍ୟପଟେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ସିନ୍ଦେ କହିଛନ୍ତି ପଞ୍ଜାବରେ ଭିଆଇପିଙ୍କ ସୁରକ୍ଷା ହଟାଇବା ପରେ ଗୁଣ୍ଡା, ଗ୍ୟାଙ୍ଗଷ୍ଟାରମାନେ ସେମାନଙ୍କୁ ଟାର୍ଗେଟ କରଥିଲେ । ମହାରାଷ୍ଟ୍ର ଠିକ୍ ସେହିପରି ଘଟିବାକୁ ଯାଉଛି ବୋଲି ସିନ୍ଦେ କହିଛନ୍ତି । ସମୟ ବଢିବା ସହିତ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆଉ କେତେଦିନ ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ଅସ୍ଥିରତା ଦେଖାଦେବ ତାହା କଳନା କରିବା ମୁସ୍କିଲ ହୋଇପଡ଼ିଲା ଣି ।