ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ
ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷରିତ
ନୂଆଦିଲ୍ଲୀ, ୨୭/୦୪: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (FTA) ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଚଳିତ ବର୍ଷ ଶେଷ ଭାଗରେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ଏହାକୁ ନ୍ୟୁଜିଲ୍ୟାଣ୍ଡର ସଂସଦ ଦ୍ୱାରା ଅନୁମୋଦନ କରିବାକୁ ପଡିବ। ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ମନ୍ତ୍ରୀ ଟଡ୍ ମ୍ୟାକକ୍ଲେ ଏବଂ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚୁକ୍ତିନାମାର ସରକାରୀ ଦସ୍ତାବିଜରେ ସ୍ୱାକ୍ଷର କରିଛନ୍ତି।
୨୦ ବିଲିୟନ ଡଲାର ବିନିଯୋଗରେ ୫୦୦୦ ଭିସା, ଡ୍ୟୁଟି-ଫ୍ରି ପ୍ରବେଶ ପାଇଁ ସହମତି ପ୍ରକାଶ ପାଇଛି। ଭାରତୀୟ ବୟନଶିଳ୍ପ, ପୋଷାକ, ଚମଡା, ଔଷଧ, ଯନ୍ତ୍ରପାତି ଏବଂ ଅଟୋ ମୋବାଇଲ ସାମଗ୍ରୀ ନ୍ୟୁଜିଲ୍ୟାଣ୍ଡରେ ଶୁଳ୍କ ମୁକ୍ତ ପ୍ରବେଶ କରିବ। ସରକାରୀ ବିବୃତ୍ତି ଅନୁଯାୟୀ, ନ୍ୟୁଜିଲାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରିବାକୁ ପ୍ରତିବଦ୍ଧ।
ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଓ ଆକାଂକ୍ଷାର ପ୍ରତିଫଳନ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ପୂରଣ କରିବ। ଏହି ଐତିହାସିକ ଚୁକ୍ତି ଉଭୟ ଦେଶର ଅର୍ଥନୈତିକ ସମ୍ପର୍କକୁ ନୂଆ ଦିଶା ଦେବ।
ଏହି ସ୍ୱାକ୍ଷରିତ ରାଜିନାମାକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ଏବଂ ବାଣିଜ୍ୟ କମିଟି (FADTC) ଦ୍ୱାରା ସମୀକ୍ଷା କରାଯିବ। ଏହାପରେ କମିଟି ଅନୁମୋଦନ ପାଇଁ ସଂସଦରେ ଏହାର ରିପୋର୍ଟ ଦାଖଲ କରିବ। ଏହି ପ୍ରକ୍ରିୟା ଅତି କମରେ ଛଅ ମାସ ଲାଗିବ ବୋଲି ଆଶା କରାଯାଉଛି।