ପ୍ରକାଶ ପାଇଲା ICSE ଓ ISC ରେଜଲ୍ଟ

ଜାଣନ୍ତୁ କିପରି ଜାଣିବେ ରେଜଲ୍ଟ

ନୂଆଦିଲ୍ଲୀ, ୩୦/୦୪: ପ୍ରକାଶ ପାଇଲା ICSE ଓ ISC ରେଜଲ୍ଟ। କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ୍ସ ବା CISCE ପକ୍ଷରୁ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି।

ଅଫିସିଆଲ୍ ୱେବସାଇଟ cisce.org ଓresults.cisce.orgରେ ରେଜଲ୍ଟ ଉପଲବ୍ଧ ଅଛି। ୱେବସାଇଟ୍ ବ୍ୟତୀତ ଏସଏମଏସ୍ (SMS) ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିହେବ। 09248082883 ନମ୍ବରକୁ ICSE ଟାଇପ କରି ମେସେଜ କଲେ ରେଜଲ୍ଟ ଜାଣିପାରିବେ। ଏଥି ସହ ଡିଜି ଲକରରୁ ନିଜର ମାର୍କ ସିଟ୍ ଡାଉନଲୋଡ୍ କରିପାରିବେ।