ନୂଆଦିଲ୍ଲୀ, ୦୧/୦୭: ତୈଳ କମ୍ପାନୀଗୁଡ଼ିକ କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି। ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ଦର ୧୮୩ ଟଙ୍କା ୫୦ ପଇସା କମିଥିବାରୁ ବର୍ତ୍ତମାନ ଏହାର ମୂଲ୍ୟ ଏବେ ୨୯୩୦ ଟଙ୍କା ହୋଇଛି। ଏହି ନୂଆ ଦର ଆଜି ରାତିରୁ କାର୍ଯ୍ୟକାରୀ ହେବ।
ସୂଚନା ଅନୁସାରେ, ପୂର୍ବରୁ ୧୯ କେଜି କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୩୧୧୩.୫୦ ଟଙ୍କା ଥିଲା। ହୋଟେଲ, ରେଷ୍ଟୁରାଣ୍ଟ, ଏବଂ ଅନ୍ୟାନ୍ୟ ବ୍ୟବସାୟୀ ଉପଭୋକ୍ତାଙ୍କ ପାଇଁ ଏହା ଆଶ୍ୱସ୍ତିର ଖବର। କମର୍ସିଆଲ୍ ଗ୍ୟାସ୍ ମୂଲ୍ୟ ହ୍ରାସ ହୋଇଥିବା ସମୟରେ ଘରୋଇ ୧୪.୨ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ କିନ୍ତୁ ଅପରିବର୍ତ୍ତିତ ରହିଛି।