୨୦୨୧ ରେ ଭାରତ ଆସିଥିଲେ ୧୫ ଲକ୍ଷରୁ ଅଧିକ ବିଦେଶୀ

ନୂଆଦିଲ୍ଳୀ, ୧୬/୧୧: ଗତବର୍ଷରେ ଭାରତକୁ ଆସିଛନ୍ତି ୧୫ ଲକ୍ଷ ବିଦେଶୀ। ଏଥିମଧ୍ୟରେ ସର୍ବାଧିକ ଆମେରିକୀୟ ନାଗରିକ ଥିବାବେଳେ ଦ୍ବିତୀୟରେ ସର୍ବାଧିକ ବାଙ୍ଗଲାଦେଶୀ ଭାରତକୁ ଆସିଛନ୍ତି। ଯେତେବେଳେକି ଦେଶରେ ଏହି ସମୟରେ ବି କରୋନା ମହାମାରୀକୁ ନେଇ ବିଭିନ୍ନ କଟକଣା ରହିଥିଲା।

ତଥ୍ୟ ଅନୁଯାୟୀ, ୨୦୨୧ ଜାନୁଆରୀ ୧ ରୁ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ୧୫,୨୪,୪୬୯ ବିଦେଶୀ ଆସିଥିଲେ। ଏମାନଙ୍କ ମଧ୍ୟରେ ୭୪.୩୯ ପ୍ରତିଶତ ବିଦେଶୀ କେବଳ ୧୦ ଦେଶରୁ ଆସିଛନ୍ତି। ଏହା ସହ ୨୫.୬୧ ପ୍ରତିଶତ ଅନ୍ୟାନ୍ୟ ଦେଶରୁ ଆସିଛନ୍ତି।

ଭାରତକୁ ଆସିଥିବା ସବୁଠୁ ଅଧିକ ବିଦେଶୀଙ୍କ ମଧ୍ୟରେ ସର୍ବାଧିକ ୪,୨୯,୮୬୦ ବିଦେଶୀ ଆମେରିକାରୁ ଆସିଥିଲେ। ଏହାପରେ ଦ୍ବିତୀୟରେ ବାଙ୍ଗଲାଦେଶରୁ ୨,୪୦,୫୫୪ ଲକ୍ଷ ବିଦେଶୀ ଭାରତ ଆସିଥିଲା। ଏହାପଛକୁ ଲଣ୍ଡନରୁ ୧,୬୪,୧୪୩, କାନାଡାରୁ ୮୦,୪୩୭ ଏବଂ ନେପାଳରୁ ୫୨, ୫୪୪ ବିଦେଶୀ ଭାରତ ଆସିଛନ୍ତି। ଆଫଗାନିସ୍ତାନରୁ ୩୬,୪୫୧ ନାଗରିକ, ଅଷ୍ଟ୍ରେଲିଆରୁ ୩୩,୭୭୨, ଜର୍ମାନୀରୁ ୩୩,୭୭୨, ୩୨,୦୬୪ ପର୍ତ୍ତୁଗାଲ ଏବଂ ୩୦,୩୭୪ ନାଗରିକ ଫ୍ରାନ୍ସରୁ ଆସିଥିଲେ।