ଯୁଦ୍ଧରେ ନାଟୋକୁ ସାମିଲ କରିବା ପାଇଁ ମିଛ କହିଥିଲେ ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଭିତରେ ମଙ୍ଗଳବାର ଖବର ଆସିଥିଲା ଯେ ରୁଷ ଏବେ ନିଜ ପଡୋଶୀ ଦେଶ ପୋଲାଣ୍ଡ ଉପରେ ଆକ୍ରମଣ କରିଛି। ଏହି ଖବର ପରେ ସାରା ଦୁନିଆରେ ବଡ଼ ବିତର୍କ ଆରମ୍ଭ ହୋଇଥିଲା। ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ ଉପରେ ଆକ୍ରମଣ ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କାକୁ ବଢାଇଥିଲା। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହାକୁ ନେଇ ରୁଷକୁ ଟାର୍ଗେଟ କରିଥିଲେ। ଏହାସହ ନାଟୋ ସଦସ୍ୟ ଏବେ  ଏହାର ଜବାବ ଦେବା ଦରକାର ବୋଲି କହିଥିଲେ। କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ, ଏହି ଆକ୍ରମଣ ରୁଷ କରିନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯେଉଁ ମିଶାଇଲ ପୋଲାଣ୍ଡ ଉପରେ ପଡିଛି, ତାହା ରୁଷର ନୁହେଁ।

ତଦନ୍ତରୁ ଜଣାପଡିଛି ଯେ, ପୋଲାଣ୍ଡରେ ମାଡ ହୋଇଥିବା ମିଶାଇଲ ୟୁକ୍ରେନ ସେନାର ଥିଲା। ରୁଷ ସେନାକୁ ଜବାବ ଦେବା ପାଇଁ ୟୁକ୍ରେନ ସେନା ଏହି ମିଶାଇଲ ମାଡ କରିଥିଲା। ଏବେ ଜେଲେନସ୍କିଙ୍କ ବୟାନ ଉପରେ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି। ନାଟୋ ଦେଶ ଯୁଦ୍ଧରେ ସାମିଲ କରାଇବା ଉଦ୍ଦେଶ୍ୟରେ ଜେଲେନସ୍କି ମିଛ କହିଥିବା ଦାବି ହେଉଛି। ଆଜି ଯାଏଁ ନାଟୋ ସଦସ୍ୟ ଯୁଦ୍ଧରେ ସିଧା ସାମିଲ ହେବାକୁ ମନା ସରି ଆସୁଛନ୍ତି। ଏପରିସ୍ଥିତିରେ ଏହା ଜେଲେନସ୍କିଙ୍କ ଯୋଜନା ଥିବା ଦାବି କରାଯାଉଛି। ତେବେ ତଦନ୍ତ ପରେ ନାଟୋ ଦେଶର ଯୁଦ୍ଧରେ ସାମିଲ ହେବା ସମ୍ଭାବନା ନାହିଁ। ନିଜେ ବାଇଡେନ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, ତଦନ୍ତ ପରେ ହିଁ ରୁଷର ଦାବି ଉପରେ କିଛି କୁହାଯାଇ ପାରିବ।