ଭୁବନେଶ୍ୱର, ୧୦/୦୮: ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ। ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ସଞ୍ଜୀବ ପଣ୍ଡା, ଯଶୋବନ୍ତ ଜେଠୱା। ADGରୁ DG ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର। ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୂଚନାଯୋଗ୍ୟ, ଆସନ୍ତା ୧୬ ତାରିଖରେ ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି।