ଭୀଷଣ ବର୍ଷା ପାଇଁ ଓଡ଼ିଶାକୁ ରେଡ୍‌ ଆଲର୍ଟ

୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୬/୦୮: ଭୀଷଣ ବର୍ଷାକୁ ନେଇ ଓଡ଼ିଶା ପାଇଁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟର କିଛି ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ସକ୍ରିୟ ମୌସୁମୀ ପ୍ରଣାଳୀ ଓ ଲଘୁଚାପ ଯୋଗୁଁ ଉତ୍ତର ଓଡ଼ିଶା ସମେତ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଆସନ୍ତା କିଛି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

୨୦ ସେମିରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଇଛି। ତେଣୀ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।