ଭୁବନେଶ୍ୱର, ୧୬/୦୮: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ। ତେବେ ଗସ୍ତର ନିର୍ଦ୍ଦିଷ୍ଟ ତାରିଖ ଓ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସରକାରୀ ଭାବେ ପ୍ରକାଶ ପାଇବା ପରେ ହିଁ ସ୍ପଷ୍ଟ ହେବ।
ଗସ୍ତ ସମୟରେ ନଡ୍ଡା ଭୁବନେଶ୍ୱରସ୍ଥିତ AIIMS ପରିଦର୍ଶନ କରିବା ସହ ହସ୍ପିଟାଲର ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଓ ପରିଚାଳନାର ସମୀକ୍ଷା କରିବା ସମ୍ଭାବନା ରହିଛି। ରୋଗୀଙ୍କୁ ମିଳୁଥିବା ସେବା, ହସ୍ପିଟାଲର ବିଭିନ୍ନ ବିଭାଗର କାର୍ଯ୍ୟକଳାପ, ଚିକିତ୍ସା ସୁବିଧା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ସେ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି।