୩ ଆଇଏଏସ ଅଧିକାରୀଙ୍କୁ ୩ ଜିଲ୍ଲାର ଦାୟିତ୍ୱ

ତୁରନ୍ତ ଗସ୍ତ କରି ବନ୍ୟା ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬/୦୮: ୩ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୩ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି। ଭଦ୍ରକ ଦାୟିତ୍ୱରେ ଆଇଏଏସ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ଦାୟିତ୍ୱରେ ଆଇଏଏସ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଯାଜପୁର ଦାୟିତ୍ୱରେ ଆଇଏଏସ ପି. ଅନ୍ୱେଷା ରେଡ୍ଡୀ ଅଛନ୍ତି। ତୁରନ୍ତ ଗସ୍ତ କରି ବନ୍ୟା ସ୍ଥିତି ତଦାରଖ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।