କେନ୍ଦୁଝର, ୧୬/୦୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝରରେ କାଲି ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସହ ଅଙ୍ଗନବାଡ଼ି ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏଥି ସହିତ ଯୋଡ଼ା ବ୍ଲକ୍ରେ ହେବାକୁ ଥିବା ଅଭିଯୋଗ ଶୁଣାଣି ମଧ୍ୟ ସ୍ଥଗିତ ରହିବ।
ସେହିପରି ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିକୁ ଦେଖି ଗୋଟିଏ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ଜିଲ୍ଲାର ୨୭୧ଟି ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାର ୫ଟି ବ୍ଲକର ୨୭୧ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।ଭଣ୍ଡାରିପୋଖରୀ, ଧାମନଗର, ତିହିଡି଼, ଚାନ୍ଦବାଲି, ବାସୁଦେବପୁରରେ ସ୍କୁଲ ଛୁଟି ରହିବ।