କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କ ପରଲୋକ

ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର, ୩୧/୦୮: ୨୦୦୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ସିଆଇଡି ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦ କେ.ଙ୍କ ପରଲୋକ ଘଟିଛି। ଥିରୁଅନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ।

ଦୀର୍ଘ ବର୍ଷ ଧରି ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜର ଦାୟିତ୍ୱ ତୁଲାଇଥିଲେ। ସଫିନ୍ ଅହମ୍ମଦଙ୍କୁ ୨୦୧୯ରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ମିଳିଥିଲା। ପରବର୍ତ୍ତୀ ସମୟରେ ସଫିନ୍ ଅହମ୍ମଦଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ମିଳିଥିଲା। ୨୦୨୩ରେ ତାଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତ କରାଯାଇଥିଲା। ସେ କିଛି ବର୍ଷ ଧରି ଇଣ୍ଟରକ୍ୟାଡର ଡେପୁଟେସନ୍‌ରେ କେରଳରେ ମଧ୍ୟ ସେବା କରିଛନ୍ତି। ସେ SP ଗ୍ରାମୀଣ (ଥିରୁବନନ୍ତପୁରମ୍) ଭାବରେ କାର୍ଯ୍ୟ କରିଥିଲେ। ୨୦୨୪ରେ ସେ ରାଜ୍ୟପାଳ ପୋଲିସ ମେଡାଲ ପାଇଥିଲେ।

ସିଆଇଡି ଓ କ୍ରାଇମବ୍ରାଞ୍ଚ IG ସଫିନ୍ ଅହମ୍ମଦଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।