ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ
ଏମଏମଡିଆର ପ୍ରତ୍ୟାହାର ଦାବି ଓ ପୁସ୍ତକ ତ୍ରୁଟିକୁ ନେଇ ହୋହଲ୍ଲା
ଭୁବନେଶ୍ୱର, ୨୨/୦୯: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ଦିବଙ୍ଗତ ପୂର୍ବତନ ବିଧାୟକ ଓ ନେପାଳ ବନ୍ୟାରେ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇ ଗୃହକାର୍ଯ୍ୟ ଆରମ୍ଭ ହୋଇଛି।
ତେବେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହୋଇଛି ହଟ୍ଟଗୋଳ। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିରୋଧୀ ହୋହଲ୍ଲା କରିଛନ୍ତି। ପୁସ୍ତକ ତ୍ରୁଟିକୁ ନେଇ ଗୃହରେ ବିଜେଡି ହଟ୍ଟଗୋଳ କରିଛି। ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିବାରୁ ୧ଟା ୧୦ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଏହା ପରେ ବିଜେଡ଼ି ବିଧାୟକମାନେ ଲୋୟର ପିଏମଜି ଅଭିମୁଖେ ବାହାରିଛନ୍ତି।