ଆସନ୍ତା ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ

ଭୁବନେଶ୍ୱର, ୨୨/୦୯: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ସାଂସଦ ନବ ଚରଣ ମାଝୀ। ରାଷ୍ଟ୍ରପତି ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରିବେ ଓ ୨୮ରେ ଦିଲ୍ଲୀ ଫେରିଯିବେ।

ଏହି ଗସ୍ତ ସମୟରେ ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସାମିଲ ହେବେ। ସୂଚନାଯୋଗ୍ୟ ୨୬ରୁ ୩୦ ଯାଏଁ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ। ଦିଲ୍ଲୀର ୧୦୦ରୁ ଊର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ ଲୋକଙ୍କ ଚିକିତ୍ସା କରିବେ।