ଭୁବନେଶ୍ୱର, ୨୩/୦୯: ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ଅଚଳ ଗୃହ। ସୁରୁଖୁରୁରେ ଚାଲିପାରିନି ଗୃହକାର୍ଯ୍ୟ। ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି ଘୋଷଣା କରିଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି। ମାତ୍ର ୭ ମିନିଟ୍ ଚାଲି ପାରିଛି ପ୍ରଶ୍ନକାଳ।
MMDR ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି। ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗ୍ୟରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି କରିଛନ୍ତି। ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡି ନାରାବାଜି ଦେଇଛି।