ଉମର ଖାଲିଦକୁ ୧ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ସେପ୍ଟେମ୍ବର ୨୦୨୦ ରୁ ଜେଲରେ ଥିବା ଉମର ଖାଲିଦଙ୍କୁ ଦିଲ୍ଲୀର ଏକ ଅଦାଲର ୧ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ନିଜ ଭଉଣୀଙ୍କ ବିବାହରେ ଯୋଗ ଦେବାକୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ଆସନ୍ତା ଡିସେମ୍ବର ୨୩ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆରମ୍ଭ ହେବ ଏବଂ ଆଦେଶ ଅନୁଯାୟୀ ଉମର ଖାଲିଦଙ୍କୁ ଡିସେମ୍ବର ୩୦ରେ ଆତ୍ମସମର୍ପଣ କରିବାକୁ ପଡ଼ିବ ।

ଚଳିତ ମାସ ପ୍ରାରମ୍ଭରେ ଦିଲ୍ଲୀର କଡ଼କରଡୁମା ଅଦାଲତ ଉମର ଖାଲିଦ ଏବଂ ‘ୟୁନାଇଟେଡ୍ ଏଗେନଷ୍ଟ ହେଟ୍’ ସଦସ୍ୟ ଖାଲିଦ ସୈଫିଙ୍କୁ ୨୦୨୦ ଦିଲ୍ଲୀ ଦଙ୍ଗା ସହ ଜଡିତ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହି ମାମଲାରେ ଦୁହେଁ ଜାମିନରେ ମୁକ୍ତ ହୋଇଥିଲେ କିନ୍ତୁ ଅନ୍ୟ କେତେକ ମାମଲାରେ ଜେଲରେ ରହିଛନ୍ତି । ଉମର ଖାଲିଦ ଏବଂ ଖାଲିଦ ସୈଫିଙ୍କୁ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।