ଦେଶରେ ଦୁଇ ଜଣ ରାଷ୍ଟ୍ରପିତା ଅଛନ୍ତି, ଜଣେ ମୋଦୀ, ଜଣେ ଗାନ୍ଧୀ: ଅମୃତା

ମୁମ୍ବାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ସବୁବେଳେ ଅଜବ ବୟାନ ଦେଇ ଚର୍ଚ୍ଚାରେ ଥାଆନ୍ତି | ଏବେ ତାଙ୍କର ଆଉ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି | ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରପିତା ବୋଲି ଅଭିହିତ କରିଛନ୍ତି | ଅମୃତା ଫଡନାଭିସ୍ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଆଧୁନିକ ଭାରତର ରାଷ୍ଟ୍ରପିତା । ମଙ୍ଗଳବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ମହାତ୍ମା ଗାନ୍ଧୀ କିଏ ବୋଲି ପଚରାଯିବାରୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ କହିଛନ୍ତି ଯେ ଆମ ଦେଶରେ ଦୁଇ ଜଣ ରାଷ୍ଟ୍ରପିତା ଅଛନ୍ତି। ମହାତ୍ମା ଗାନ୍ଧୀ ପୁରାତନ କାଳର ରାଷ୍ଟ୍ରପିତା ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଭାରତର ରାଷ୍ଟ୍ରପିତା |