ଧ୍ବଂସସ୍ତୂପରୁ ଜୀବନ୍ତ ଉଦ୍ଧାର ହୋଇଥିବା ୧୮ମାସର ଶିଶୁ ତାର ଗର୍ଭବତୀ ମା’ ଓ ଭାଇଭଉଣୀଙ୍କୁ ହରାଇଛି

ଗତ ସୋମବାର ଦିନ ଉଭୟ ସିରିୟା ଓ ତୁର୍କୀରେ ସଂଘଠିତ ଭୟାବହ ଭୂମିକମ୍ପ‌ ପରେ ସେଠାକାର ପରିସ୍ଥିତି ଜଟିଳ ରହିଛି। ଏହି ଭୂମିକମ୍ପରେ ଏଯାବତ ୪୩୦୦ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଭୂମିକମ୍ପ ପରେ ସିରିୟା ଓ ତୁର୍କୀରୁ ଆସୁଥିବା ଫଟୋ ଓ ଭିଡିଓ ଦେଖିବା ପରେ ଲୋମମୂଳ ଟାଙ୍କୁରି ଉଠୁଛି।

ଆଜି ଉଦ୍ଧାରକାରୀ ଦଳ ଧ୍ବଂସସ୍ତୂପ ଭିତରୁ ଜଣେ ୧୮ମାସର ଶିଶୁକୁ ଜୀବନ୍ତ ଭାବେ ଉଦ୍ଧାର କରିଛନ୍ତି। ଏହି ଶିଶୁ ଜଣକ ଉଦ୍ଧାର ହେଲା ବେଳକୁ ତାର ଗର୍ଭବତୀ ମା’ ଓ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏବେ ଶିଶୁର ଯତ୍ନ ତାର ଦାଦା ନେଉଥିବା ଜଣାପଡ଼ିଛି। ଶିଶୁର ଏଭଳି ଅବସ୍ଥା ଦେଖିଲେ ଆଖିରେ ଲୁହ ରହୁ ନାହିଁ।