ଯଦି ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ରହିଥାନ୍ତେ ତେବେ ପାକିସ୍ତାନ ନଥାନ୍ତା : ବାଜଓ୍ବା

ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜୱା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି । ବାଜଓ୍ଵାଙ୍କ ଏହି ଦାବି ପାକିସ୍ତାନ ରାଜନୈତିକ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଜୱା କହିଛନ୍ତି ଯେ ଏକ କ୍ୟାବିନେଟ ବୈଠକରେ ଇମ୍ରାନ ଖାଁ ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନାଁରେ ଅଶ୍ଳୀଳ ଶବ୍ଦ କହିଥିଲେ। ଏହି ସୂଚନା ସାଉଦି ପ୍ରିନ୍ସଙ୍କ ପାଖରେ ପହଞ୍ଚିବା ପରେ ସେ ଇମ୍ରାନ ଖାନଙ୍କ ନମ୍ବରକୁ ମଧ୍ୟ ବ୍ଲକ କରିଥିଲେ ।

ପାକ୍ ଗଣମାଧ୍ୟମକୁ ବାଜୱା କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏକ କ୍ୟାବିନେଟ୍ ବୈଠକ ବେଳେ ଜଣେ ମନ୍ତ୍ରୀ ସାଉଦି ଯୁବରାଜ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ବିଷୟରେ ପଞ୍ଜାବୀରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ।  ତେବେ ବାଜୱା ମନ୍ତ୍ରୀଙ୍କ ନାମ ପ୍ରକାଶ କରିନାହାନ୍ତି । ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜୱା ପାକିସ୍ତାନୀ ସାମ୍ବାଦିକ ଜାଭେଦ ଚୌଧୁରୀଙ୍କୁ ଏହା କହିଛନ୍ତି। ଜାଭେଦ ଚୌଧୁରୀ ତାଙ୍କ ସାପ୍ତାହିକ ସ୍ତମ୍ଭରେ ବାଜୱାଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ଉଲ୍ଲେଖ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର କିଛି ଅଂଶ ଏକ୍ସପ୍ରେସ୍ ନ୍ୟୁଜ୍ ଖବରକାଗଜରେ ପ୍ରକାଶ ପାଇଛି ।