ଧ୍ବଂସସ୍ତୂପ ଭିତରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତରୁ ଯାଇଛନ୍ତି ଏହି ଦୁଇ ଦେବଦୂତ

ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପରେ ଏଯାବତ ୨୧ହଜାର ପାଖାପାଖି ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଭୂକମ୍ପ ପରେ ସେଠାକାର ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ହଜାର ହଜାର ଘର ମାଟିରେ ମିଶିଯାଇଥିବା ବେଳେ ପ୍ରକୃତିର ଏଭଳି ଧ୍ବଂସଲୀଳା ଅକଳ୍ପନୀୟ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଆହତ ଓ ଧ୍ବଂସସ୍ତୂପ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ବିଶ୍ବ ଆଗେଇ ଆସିଛି।

ଏହି କ୍ରମରେ ଭାରତରୁ ଉଦ୍ଧାରକାରୀ ଦଳ, ମେଡିକାଲ ସୁବିଧା ଓ କିଛି ଖାଦ୍ୟ ସମାଗ୍ରୀ ସହିତ ଏନଡିଆରଏଫ ଟିମଙ୍କୁ ପଠା ଯାଇଛି। ଏନଡିଆରଏଫ ଟିମ ସହିତ ଦୁଇ ଅନୁସନ୍ଧାନକାରୀ କୁକୁରଙ୍କୁ ପଠାଯାଇଛି। ଏହି ଦୁଇ କୁକୁରଙ୍କ ନାମ ହେଉଛି ଜୁଲି ଓ ରୋମିୟୋ।