ଫିଲ୍ମ ‘କାଳୀ’ର ପୋଷ୍ଟକୁ ନେଇ ବିବାଦ

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ଛିଡ଼ା ହୋଇଛି । ଫିଲ୍ମର ପୋଷ୍ଟର ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ଜୁଲାଇ ୨ରେ ରିଲିଜ୍‌ କରିଥିଲେ । ଏହି ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ୍‌ ପିଉଥିବାର ଦେଖିବାକୁ ମିଳୁଛି ।

ଖାଲି ସେତିକି ନୁହେଁ ତାଙ୍କର ଗୋଟିଏ ହାତରେ ତ୍ରିଶୁଳ ଏବଂ ଅନ୍ୟ ହାତରେ ଏଲ୍‌ଜିବିଟି ସମୁଦାୟର ସାତରଙ୍ଗୀ ପତାକା ରହିଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଦୁଇଟିକୁ ନେଇ ବିବାଦ ଦେଖାଦେଇଛି ।

ନିର୍ମାତା ଲୀନାଙ୍କୁ ଏଥିପାଇଁ ଭର୍ତ୍ସନା ମଧ୍ୟ କରାଯାଉଛି । କିଛି ସୋସିଆଲ୍‌ ମିଡିଆ ୟୁଜର ନିର୍ମାତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି । #arrestleenamanimekalai ନାମରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି । ପୋଷ୍ଟରରେ ମା କାଳୀଙ୍କ ଅପମାନ କରାଯାଉଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ହିନ୍ଦୁ ସମାଜର ଭାବନା ପ୍ରତି ଲୀନା ଆଘାତ କରିଥିବା ଅଭିଯୋଗ କରାଯାଉଛି ।