ସିଆଚେନ୍‌ରେ ସଫଳତାର ସହ ୧୦୦ ଦିନ ବିତାଇଲେ ପ୍ରଥମ ମହିଳା ସେନା ଅଧିକାରୀ ଶିବା ଚୌହ୍ବାନ

ବୁଧବାର ଦିନ ସିଆଚେନରେ ନିୟୋଜିତ ପ୍ରଥମ ମହିଳା ଅଧିକାରୀ ତାଙ୍କର ୧୦୦ ଦିନ ସମାପ୍ତ କରିଛନ୍ତି। ସିଆଚେନ୍ ହେଉଛି ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର। ଏଠାକାର ଖରାପ ପାଣିପାଗରେ ରହିବା କଷ୍ଟକର ହୋଇଥିବା ବେଳେ ଏଠି ଦିନ ବିତାଉଥିବା ସମସ୍ତଙ୍କୁ ଜଣେ ଜଣେ ବୀର କହିଲେ ଭୁଲ୍‌ ହେବ ନାହିଁ। ଏହି ଖବରୁ ଟ୍ବିଟର୍‌ରେ ସେୟାର୍‌ କରି ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି ପକ୍ଷରୁ ଲେଖାଯାଇଛି, ‘ଫାୟାର ଆଣ୍ଡ ଫ୍ୟୁରିର ଶିବା ଚୌହ୍ବାନ # ସିଆଚେନ ଗ୍ଲାସିଅରରେ ନିୟୋଜିତ ପ୍ରଥମ ମହିଳା ଅଧିକାରୀ। ଖରାପ ପରିବେଶ ଓ ପ୍ରବଳ ଥଣ୍ଡାରେ ସେ ସଫଳତାର ସହ ୧୦୦ ଦିନ ବିତାଇଛନ୍ତି’।

ଉଲ୍ଲେଖଯୋଗ୍ୟ, ଶୀତଦିନେ ସିଆଚେନ୍‌ର ତାପମାତ୍ରା ୬୦ ଡିଗ୍ରୀ ସେଲସିୟସକୁ ଖସି ଆସିଥିବା ବେଳେ ସଂପୃକ୍ତ ଅଞ୍ଚଳ‌ରେ ଭୂସ୍ଖଳନ ଏକ ସାଧାରଣ ସମସ୍ୟା ପାଲଟିଥିଲା। ସିଆଚେନରେ ନିୟୋଜିତ ହେବା ପୂର୍ବରୁ, କ୍ୟାପଟେନ ଚୌହ୍ବାନଙ୍କୁ ଏକ ମାସର କଠୋର ତାଲିମ କାର୍ଯ୍ୟକ୍ରମରେ ରଖାଯାଇ ତାଲିମ ଦିଆଯାଇଥିଲା। ଏଥିରେ ଭାରତୀୟ ସେନାର ଅନ୍ୟ ଅଧିକ‌ାରୀମାନେ ବି ସାମିଲ୍‌ ଥିଲେ। ଏହି କାର୍ଯ୍ୟକ୍ରମରେ କାନ୍ଥ ଚଢ଼ିବାରୁ ନେଇ ବିଭିନ୍ନ ପ୍ରକାରର ଜୀବନ ବଞ୍ଚାଇବା କୌଶଳକୁ ନେଇ ଡ୍ରିଲ୍‌ ରହିଥିଲା।