ବଢିଚାଲିଛି ଉଇଘର ମୁସଲିମଙ୍କ ଉପରେ ଚୀନର ଅତ୍ୟାଚାର, ରୋଜା ରଖିବାକୁ ଅନୁମତି ନାହିଁ

ଉଇଘର ମୁସଲମାନମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକାଶ କରାଯାଉଥିବା ସତ୍ତ୍ବେ ଚୀନ ସରକାର ତାହାକୁ ଭୂକ୍ଷେପ କରୁନାହାନ୍ତି । ଏବେ ପବିତ୍ର ରମଜାନ ମାସ ଚାଲୁଥିବାବେଳେ ଉଇଘର ମୁସଲମାନମାନେ ଯେପରି ଉପବାସ ନକରନ୍ତି ସେଥିପାଇଁ ଚୀନ୍ ସରକାର କଡ଼ା କଟକଣା ଜାରି କରିଛନ୍ତି ।  ଲୋକଙ୍କ ଉପରେ ନଜର ରଖିବାକୁ ପୁଲିସ ଗୁପ୍ତଚର ବ୍ୟବହାର କରୁଛି ।

ପୂର୍ବ ଜିନଜିଆଙ୍ଗ ଉଇଘର ସ୍ୱୟଂଶାସିତ ଅଞ୍ଚଳର ତୁର୍ପାନ  ଅଞ୍ଚଳର ଜଣେ ପୋଲିସ ଅଧିକାରୀଙ୍କ ବୟାନକୁ ଭିତ୍ତି କରି ଆମେରିକାର ରେଡିଓ ଫ୍ରି ଏସିଆ ଏକ ରିପୋର୍ଟ ପ୍ରସାରଣ କରିଛି ।  ରେଡିଓ ଫ୍ରି ଏସିଆକୁ ସାକ୍ଷାତକାର ଦେଇ ପୁଲିସ ଅଧିକାରୀ କହିଛନ୍ତି, ସେମାନଙ୍କ ପାଖରେ ଅନେକ ଗୁପ୍ତ ଏଜେଣ୍ଟ ଅଛନ୍ତି, ଯେଉଁମାନେ ଉଇଘର ମୁସଲମାନମାନଙ୍କୁ ରମଜାନ ମାସରେ ଉପବାସ କରିବାକୁ ଅନୁମତି ଦିଅନ୍ତି ନାହିଁ ।

ରିପୋର୍ଟ ଅନୁଯାୟୀ, ଉଇଘର ସଂସ୍କୃତି, ଭାଷା ଏବଂ ଧର୍ମକୁ ହ୍ରାସ କରିବା ପାଇଁ ଚୀନ୍ ୨୦୧୭ରେ ରମଜାନ ସମୟରେ ସିନଜିଆଙ୍ଗରେ ମୁସଲମାନମାନଙ୍କ ଉପବାସ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଥିଲା। ଏହି ସମୟରେ କର୍ତ୍ତୃପକ୍ଷ ମନଇଚ୍ଛା ଉଇଘରମାନଙ୍କୁ ପୁନଃଶିକ୍ଷା ଶିବିରରେ ବନ୍ଦୀ କରିବା ଆରମ୍ଭ କରିଥିଲେ। ତେବେ ୨୦୨୧ ଓ ୨୦୨୨ରେ ଚୀନ୍ କର୍ତ୍ତୃପକ୍ଷ ଘୋଷଣା କରିଥିବା କଟକଣାକୁ ଆଂଶିକ କୋହଳ କରାଯାଇଥିଲା। ଏହାପରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଉପବାସ କରିବାକୁ ଅନୁମତି ଦିଆଯାଇଥିଲା।