ଅସଦର ଏନକାଉଣ୍ଟର କରିଥିବା ଏସ୍‌ଟିଏଫ୍‌ ଦଳର ମୁଖ୍ୟଙ୍କ ବିଷୟରେ ଜାଣନ୍ତୁ

ଝାନ୍‌ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ (ଏସ୍‌ଟିଏଫ୍‌)ଟିମର ଏନ୍‌କାଉଣ୍ଟର୍‌ରେ ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍ ଓ ସୁଟର ଗୁଲାମ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ଅପରେସନର ନେତୃତ୍ବ ନେଇଥିଲେ ଡେପୁଟି ଏସପି ନବେନ୍ଦୁ, ଡେପୁଟି ଏସପି ବିମଳ ଓ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର ଏଡିଜି ଅମିତାଭ ୟଶ।

‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର ଏଡିଜି ଅମିତାଭ ୟଶ ସୂଚନା ଦେଇ କହିଛନ୍ତି, ଟିମ୍ ଦୁଇଜଣ ଅପରାଧୀଙ୍କୁ ଜୀବିତ ଅବସ୍ଥାରେ ଧରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଅସଦ୍ ଓ ଗୁଲାମ ପ୍ରଥମେ ଟିମ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ପାଲଟା ଗୁଳି ଚଳାଇବାରୁ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏନକାଉଣ୍ଟର ହୋଇଥିବା ସ୍ଥାନର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।’