ବାରାକ ଓବାମାଙ୍କୁ ଋଷିଆ ମନା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ବ୍ୟାନ ଲଗାଇଲା ଋଷିଆ
୫୦୦ରୁ ଅଧିକ ଆମେରିକୀୟଙ୍କ ଉପରେ ମଧ୍ୟ ରୋକ ଲଗାଇଲା ଋଷ୍
ୱାସିଙ୍ଗଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ବ୍ୟାନ ଲଗାଇଲା ଋଷିଆ । ବାରାକ ଓବାମାଙ୍କ ଋଷିଆ ଗସ୍ତ ଉପରେ ରୋକ ଲଗାଇଛନ୍ତି ପୁଟିନ ସରକାର । ଓବାମାଙ୍କ ସହ ଆମେରିକୀୟ ଟିଭି ହୋଷ୍ଟ ଜିମ୍ମୀ କିମେଲ, କଲବର୍ଟ ଓ ସେଥ୍ ମେୟର୍ସଙ୍କୁ ବି ଆମେରିକା ଯିବା ବାରଣ କରାଯାଇଛି । ଏହା ବ୍ୟତୀତ ଆଉ ୫୦୦ରୁ ଅଧିକ ଆମେରିକୀୟ ଯଥା ପୂର୍ବତନ ଆମେରିକା ରାଷ୍ଟ୍ରଦୂତ ଜନ୍ ହଂଟସମ୍ୟାନ, ଆମେରିକାର ସିନେଟ ସଭ୍ୟ ଓ ଜଏଂଟ ଚିଫର ସମ୍ଭାବ୍ୟ ଚେୟାରମ୍ୟାନ ଚାର୍ଲସ କୁ୍ୟ ବ୍ରାଉନଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଏ ନେଇ ଋଷିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘‘ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଋଷିଆ ବିରୋଧି ନୀତି ଯୋଗୁଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ଆଉ ୫୦୦ ଜଣ ଆମେରିକୀୟଙ୍କୁ ଋଷିଆ ପ୍ରବେଶ ନିଷିଦ୍ଧ କରାଯାଇଛିା ଏହି ୫୦୦ ଜଣ ବିଶିଷ୍ଟ ତାଲିକାରେ ସରକାରୀ ଏବଂ ଆଇନ୍ ପ୍ରବର୍ତନକାରୀ ଏଜେନ୍ସିରେ ଥିବା ଲୋକମାନେ ଅଛନ୍ତି, ଯେଉଁମାନେ କ୍ୟାପିଟାଲ ଉପରେ ତଥାକଥିତ ଆକ୍ରମଣ ପରେ ଅସନ୍ତୁଷ୍ଟଙ୍କ ଉପରେ ଅତ୍ୟାଚାରରେ ସିଧାସଳଖ ସମ୍ପୃକ୍ତ ଅଛନ୍ତିା’’