କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ କୁସ୍ତିଯୋଦ୍ଧା
କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିଳମ୍ବିତ ରାତିର ନିମନ୍ତ୍ରଣ ପରେ କୁସ୍ତିଯୋଦ୍ଧାମାନେ ବୁଧବାର ଅନୁରାଗ ଠାକୁରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି
ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୫ଟି ବଡ଼ ଦାବି କରିଛନ୍ତି
ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିଳମ୍ବିତ ରାତିର ନିମନ୍ତ୍ରଣ ପରେ କୁସ୍ତିଯୋଦ୍ଧାମାନେ ବୁଧବାର ଅନୁରାଗ ଠାକୁରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୫ଟି ବଡ଼ ଦାବି କରିଛନ୍ତି। ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ଚାହୁଁଛନ୍ତି ଯେ ଜଣେ ମହିଳାଙ୍କୁ ଡବ୍ଲୁଏଫଆଇ ମୁଖ୍ୟ ଭାବେ ନିଯୁକ୍ତ କରାଯାଉ।
ଏହାସହ କୁସ୍ତିଯୋଦ୍ଧାମାନେ ରଖିଥିବା ଦାବି ଗୁଡ଼ିକ ମଧ୍ୟରେ ଅବାଧ ଏବଂ ନିରପେକ୍ଷ ଡବ୍ଲୁଏଫଆଇ ନିର୍ବାଚନ ହେଉ, ଏବଂ ବ୍ରିଜ ଭୂଷଣ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଜାତୀୟ ମହାସଂଘର ଅଂଶ ହୋଇପାରିବେ ନାହିଁ, କୁସ୍ତିଯୋଦ୍ଧାମାନଙ୍କ ବିରୋଧରେ ହୋଇଥିବା ପୁଲିସ ମାମଲା ରଦ୍ଦ କରାଯାଉ। କ୍ରୀଡାମନ୍ତ୍ରୀଙ୍କ ନିକଟରେ କୁସ୍ତିଯୋଦ୍ଧାମାନେ ଏହିଭଳି ଦାବି ରଖିଛନ୍ତି।