ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି

ସାମସ ପକ୍ଷରୁ ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି

ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି। ଆସନ୍ତା ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ କରିପାରିବେ । ଜୁନ୍ ୧୯ ତାରିଖ ଅପରାହ୍ନ ୨ଟାରୁ ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟରେ ଆବେଦନ କରିପାରିବେ।
ସେହିପରି ଆସନ୍ତା ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ଜୁଲାଇ ୨୭ରେ ୨ୟ ପର୍ଯ୍ୟାୟ ମେଧା ତାଲିକା, ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା, ସେପ୍ଟେମ୍ବର ୧ରେ ପଞ୍ଚମ ପର୍ଯ୍ୟାୟ ମେଧା ତାଲିକା ଏବଂ ୧୩ ସେପ୍ଟେମ୍ବରରେ ଷଷ୍ଠ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।