ଝିଅ ଜନ୍ମ ପରେ ଡେଲିଭରି Video ସେୟାର କଲେ ସାଉଥ ଅଭିନେତ୍ରୀ, ଦେଖନ୍ତୁ

ମୁମ୍ବାଇ: ମା’ ହେବ ସମସ୍ତ ପାଇଁ ସୌଭାଗ୍ୟର କଥା । ଏଥିରୁ ହିରୋଇନମାନେ ବି ବାଦ ପଡ଼ିନାହାନ୍ତି । ସାଉଥ ଅଭିନେତ୍ରୀ ପ୍ରଣିତା ସୁଭାଷ ଏବେ ନିଜ ଜୀବନର ସବୁଠାରୁ ସାନଦାର୍ ସମୟ ଉପଭୋଗ କରୁଛନ୍ତି । ମା’ ହେବା ପରେ ପ୍ରଣିତା ନିଜର ସମସ୍ତ ସମୟ ଝିଅକୁ ପାଳିବାରେ ଦେଉଛନ୍ତି ଓ ଅନେକ ସ୍ମୃତିକୁ ସଜାଡି ରଖୁଛନ୍ତି । ଏବେ ପ୍ରଣିତା ଏକ ଅନସିନ୍ ଭିଡିଓ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ପ୍ରଣିତାଙ୍କ ଜୀବନର ସବୁଠାରୁ ଖାସ୍ ଭିଡିଓ ବୋଲି କୁହାଯାଉଛି ।

ତେବେ ଏହି ଭିଡିଓରେ ପ୍ରଣିତା ତାଙ୍କ ଜୀବନର ସବୁଠାରୁ ଖାସ୍ ମୂହୁର୍ତ୍ତର ଚିତ୍ର ଏବଂ ଭିଡିଓଗୁଡ଼ିକୁ ମିଶ୍ରଣ କରି ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହି ଭିଡିଓ ପ୍ରଣିତାଙ୍କ ଡେଲିଭରି ରୁମର ବୋଲି ଜଣାପଡିଛି । ଏଥିରେ ସେ ଝିଅକୁ ଜନ୍ମ ଦେବା ଓ ଏହାର ପୂର୍ବ ଅବସ୍ଥା ଦେଖିପାରିବା । ସୂଚନାଯୋଗ୍ୟ ଯେ, ପ୍ରଣିତା ବାଙ୍ଗାଲୋରର ବ୍ୟବସାୟୀ ନିତିନ ରାଜୁଙ୍କୁ ୨୦୨୧ ମଇ ୩୦ରେ ବିବାହ କରିଥିଲେ ଏବଂ ଜୁନ୍‌ ୧ରେ ସୋସିଆଲ ମିଡିଆରେ ସେ ତାଙ୍କ ବିବାହ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ।