ବିନ୍ଦି ଲଗାଇବା ହେଲା କାଳ

ସ୍କୁଲ ପ୍ରାର୍ଥନା ସମୟରେ ଶିକ୍ଷୟିତ୍ରୀ ଜଣକ ଜଣେ ନାବାଳିକା କପାଳରେ ବିନ୍ଦି ଲଗାଇଥିଲେ ବୋଲି ତାଙ୍କୁ ଚାପୁଡ଼ା ମାରିଥିଲେ।

ଶିକ୍ଷୟତ୍ରୀଙ୍କଠୁ ଖାଇଲେ ମାଡ, କଲେ ଆତ୍ମହତ୍ୟା

ଝାଡଖଣ୍ଡ: ଜଣେ ସ୍କୁଲ ଛାତ୍ରୀଙ୍କୁ ବିନ୍ଦି ଲଗାଇବା କାଳ ହେଇଛି । ବିନ୍ଦି ଲଗାଇ ସ୍କୁଲ ଗଲେ ବୋଲି ଶିକ୍ଷୟତ୍ରୀଙ୍କଠୁ ଖାଇଲେ ମାଡ। ଆଉ ଅପମାନ ସହି ନପାରି ରଶି ଲଗାଇ କଲେ ଆତ୍ମହତ୍ୟା। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଧନବାଦରେ। ଧନବାଦର ଏକ ସ୍କୁଲରେ ପଢୁଥିବା ୧୬ ବର୍ଷୀୟ ଉଷା କୁମାରୀଙ୍କୁ ଜୁଲାଇ ୧୦ରେ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ସ୍କୁଲ ପ୍ରାର୍ଥନା ସମୟରେ ଶିକ୍ଷୟିତ୍ରୀ ଜଣକ ତାଙ୍କ କପାଳରେ ବିନ୍ଦି ଲଗାଇବା ପାଇଁ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଅଭିଯୋଗ ଆସିଥିଲା। ଏ ନେଇ ନାବାଳିକାଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ଜୁଲାଇ ୧୧ ତାରିଖରେ ବିଦ୍ୟାଳୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଅପମାନ ସହି ନପାରି ମାନସିକ ଭାରସାମ୍ୟ ହରାଇ ନିଜ ଘରେ ଥିବା ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ସେ ନିଜ ରୁମରେ ଏକ ସୁଇସାଇଡ୍ ନୋଟ୍ ଛାଡିଥିଲେ, ଯେଉଁଥିରେ ସେ ଏହି ଘଟଣା ପାଇଁ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଦାୟୀ ବୋଲି ଉଲ୍ଲେଖ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ପୁଲିସ ସ୍କୁଲର ପ୍ରଧାନ ଶିକ୍ଷକ ରାଜକିଶୋର ସିଂ ଓ ଶିକ୍ଷୟିତ୍ରୀ ସିନ୍ଧୁ ଝାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୩୦୬ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।