ଆଜି ରାଜ୍ୟସଭାରେ ଆସିବ ମହିଳା ସଂରକ୍ଷଣ ବିଲ୍

ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବ।

ହ୍ୱିପ୍‌ ଜାରି କଲା ବିଜେଡି

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ପାରିତ ହେବ ମହିଳା ସଂରକ୍ଷଣ ବିଲ୍। ଗତକାଲି ଲୋକସଭାରେ ପାରିତ ହୋଇ ଯାଇଛି ଏହି ବିଲ୍‌। କାଲି ଭଳି ଆଜି ମଧ୍ୟ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ବିତର୍କ। ବିତର୍କରେ ବିଜେପିର ୧୪ ମହିଳା ସାଂସଦ ଭାଗ ନେବାକୁ ଥିବା ବେଳେ କଂଗ୍ରେସର ୪ ମହିଳା ସାଂସଦ ଭାଗ ନେବେ।

ଏହା ବ୍ୟତୀତ ଦଳୀୟ ହ୍ୱିପ୍‌ ଜାରି କରିଛି ବିଜେଡି। ରାଜ୍ୟସଭା ସାଂସଦଙ୍କ ପାଇଁ ଦଳୀୟ ହ୍ବିପ୍ ଜାରି କରିଛି ବିଜେଡି। ରାଜ୍ୟସଭାରେ ସାଂସଦଙ୍କୁ ଉପସ୍ଥିତ ରହି ଐତିହାସିକ ବିଲ୍‌କୁ ସମର୍ଥନ ଜଣାଇବାକୁ ଏହି ହ୍ବିପ୍‌ ଜାରି କରାଯାଇଛି।