ସୁଦାମ ମାର୍ଣ୍ଡିଙ୍କୁ ଅତିରିକ୍ତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟ

ସୁଦାମ ମାର୍ଣ୍ଡିଙ୍କୁ ଅତିରିକ୍ତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦରେ ନିଯୁକ୍ତ ଦିଆଯାଇଛି ।

ରାଜସ୍ୱ ମନ୍ତ୍ରୀ ପଦରୁ ପ୍ରମିଳା ମଲ୍ଲିକଙ୍କ ଇସ୍ତଫା

ଭୁବନେଶ୍ୱର,୨୧/୦୯: ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱରେ ଥିବା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଆଜି ନବୀନ ନିବାସ ଯାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରମିଳା ମଲ୍ଲିକଙ୍କୁ ଓଡିଶା ବିଧାନସଭା ବାଚସ୍ପତି ପଦ ପାଇଁ ବିଜେଡି ପ୍ରାର୍ଥୀ କରିବା ପରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିବା ସହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ଅତିରିକ୍ତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦରେ ନିଯୁକ୍ତ ଦିଆଯାଇଛି । ଅନ୍ୟ ପକ୍ଷରେ ଅନ୍ୟ କୌଣସି ବିରୋଧି ଦଳ ପକ୍ଷରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦିଆ ନଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ବିଜେଡିର ପ୍ରମିଳା ଏକତରଫା ଭାବେ ନିର୍ବାଚନରେ ଲଢି ବିନା ପ୍ରତିଦ୍ୱନ୍ଦୀରେ ବାଚସ୍ପତି ପଦ ହାସଲ କରିବେ । ସେହିଭଳି ପ୍ରମିଳା ବାଚସ୍ପତି ପଦରେ ଅବସ୍ଥାପିତ ହେବା ପରେ ସେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ।